Odisha Link
Bridging the Missing Links in Odisha

କରୋନା ଟିକା ଭୟ ଭିତରେ ବଡ଼ ଖବର; ବଜାରରୁ ଭାକ୍ସିନ ଫେରାଇ ନେବ କମ୍ପାନୀ

ଓଏଲ୍‌ ବ୍ୟୁରୋ: କରୋନା ମହାମାରିରୁ ସୁରକ୍ଷା ପ୍ରଦାନ କରୁଥିବା ଟିକାକୁ ନେଇ ବଡ଼ ଖବର ଆସିଥିଲା। ଯାହା ଅତି ଚିନ୍ତାଜନକ ବିଷୟ ପାଲଟିଥିଲା। କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା। ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଥିଲା ଆଷ୍ଟ୍ରାଜେନିକା କମ୍ପାନୀ।

ପାଶ୍ୱର୍ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ। କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। କମ୍ପାନୀ ଭାକ୍ସିନ୍ ଫେରାଇ ନେବାର କାରଣ ଅନ୍ୟ କିଛି କହିଛି।ଆଷ୍ଟ୍ରୋଜେନିକା କମ୍ପାନୀର କହିବା କଥା କୋଭିଡ୍ ମହାମାରୀ ପରେ ଯେଉଁଭଳି କରୋନା ଭାକ୍ସିନର ସପ୍ଲାଇ କରାଗଲା, ତାହା ଆବଶ୍ୟକତା ଠାରୁ ମାର୍କେଟରେ ଅଧିକ ହୋଇଯାଇଥିଲା।

ଏଥିପାଇଁ କମ୍ପାନୀ ବଜାରରୁ ଭାକ୍ସିନ୍ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ଭାରତରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା, ପ୍ଲେଟଲେଟ୍ କାଉଣ୍ଟ କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଖବର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା।

ଆଷ୍ଟ୍ରାଜେନିକା କମ୍ପାନୀ ଦେଇଥିବା ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ। ୟୁକେ କୋର୍ଟଙ୍କୁ ଟିକା ନିର୍ମାଣକାରୀ କଂପାନୀ ଆଷ୍ଟ୍ରାଜେନେକା ଜଣାଇଥିବା ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା।

ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି। ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ଏହା ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା। ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ କମ୍ପାନୀର ଏପରି ସ୍ୱୀକାରୋକ୍ତି ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା।

Leave A Reply

Your email address will not be published.