Odisha Link
Bridging the Missing Links in Odisha

‘ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ଆଗ, ରାଜନୀତି ପଛ’

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ଭି.କେ ପାଣ୍ଡିଆନଙ୍କ ବୟାନ ହଟଚମଟ ସୃଷ୍ଟି କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ କରୁଛି ବିଜେପି। ୨୦୨୪ରେ ବିଜେପି ୫୦-୬୦ ଆସନ ଜିତି ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବାକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରି ସରକାର ଭାଙ୍ଗିବା ଲକ୍ଷ୍ୟ ରଖିଛି ବିଜେପି।

ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରି ଭିକେ ପାଣ୍ଡିଆନ୍‌ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ଦାଦନ କଥା ଉଠାଉଛନ୍ତି କେନ୍ଦ୍ରମନ୍ତ୍ରୀ ? ନିଜେ ଦକ୍ଷତା ବିକାଶ ମନ୍ତ୍ରୀ ଥାଇ କ’ଣ କରିଛନ୍ତି। ୩ ବର୍ଷରେ ୩୦୦ କିମିର ବିଜୁ ଏକ୍ସପ୍ରେସ ୱେ କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଭଲ କାମ କଲେ ମୁଖ୍ୟମନ୍ତ୍ରୀ ନାମାଙ୍କନ କରିବେନି। ୧୦ ବର୍ଷ ହେବ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଛନ୍ତି। ଢେଙ୍କାନାଳ ପାଇଁ ଚେଷ୍ଟା କରୁଥିଲେ କେନ୍ଦ୍ରମନ୍ତ୍ରୀ। ହଠାତ ସମ୍ବଲପୁରରୁ କାହିଁକି ଲଢ଼ିଲେ କେନ୍ଦ୍ରମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଭି.କେ ପାଣ୍ଡିଆନ।

ମେଣ୍ଟ ପ୍ରଶ୍ନର ଉତ୍ତର ରଖି ଭିକେ ପାଣ୍ଡଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ଆଗ, ରାଜନୀତି ପଛ। ରାଜ୍ୟର ସ୍ବାର୍ଥ ପାଇଁ ରାଜନୀତକୁ ପଛରେ ରଖିଥଲେ ମୁଖ୍ୟମନ୍ତ୍ରୀ। ପୁରୀ ପ୍ରକଳ୍ପ ରାଜନୀତିରୁ ଊର୍ଦ୍ଧ୍ବରେ। ପୁରୀ ପ୍ରକଳ୍ପକୁ ବିରୋଧ କଲେ, ଭାରି ବାଧିଛି। କେବଳ ମୋତେ ନୁହେଁ ବରଂ ଓଡ଼ିଶାବାସୀଙ୍କୁ ବାଧିଛି।

ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ। ପୁରୀ ପ୍ରକଳ୍ପକୁ ଜୋରଦାର ବିରୋଧ କରିଥିଲେ। ମହାପ୍ରଭୁଙ୍କ କାମ ଅଟକାଇବାକୁ ଦାମୀ ଓକିଲ ଆଣିଥିଲେ। ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ପର୍ଦ୍ଦାଫାସ ହୋଇଛି। ପୁରୀ ପ୍ରକଳ୍ପ କାମରେ ମୋର ଛୋଟିଆ ଭୂମିକା ରହିଛି। ପ୍ରକଳ୍ପ କାମରେ ମୋର ଭୂମିକା, ମୋ ପରିଚୟ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ।

ଓଡ଼ିଶାର ମୁଣ୍ଡା ପିଛା ଋଣ ୨୨ ହଜାର ଟଙ୍କା। ଡବଲ ଇଞ୍ଜିନ ଥିବା ରାଜ୍ୟର ଋଣ ଖୁବ ଅଧିକା। ରାଜସ୍ଥାନରେ ମୁଣ୍ଡା ପିଛା ଋଣ ୬୨ ହଜାର ଟଙ୍କା। କର୍ଣ୍ଣାଟକ ଓ ଛତିଶଗଡ଼ରେ ଡବଲ ଇଞ୍ଜିନ ଭାଙ୍ଗିଛି। ଡବଲ ଇଞ୍ଜିନ ସରକାରରେ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେମାନେ ବିଧାୟକ ବି ହୋଇପାରିନାହାନ୍ତି। ରାଜ୍ୟକୁ ଆଗେଇବାକୁ ଯୁବପୀଢ଼ିଙ୍କୁ ସଶକ୍ତ କରିବାକୁ ହେବ। ବିଜେପି ଇସ୍ତାହାରରେ ଯୁବପୀଢ଼ି ପାଇଁ କ’ଣ ଅଛି ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ।

Leave A Reply

Your email address will not be published.