କରୋନା: ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧ ସଂକ୍ରମିତ, ୧୨୪ ଜଣ ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆଜି ପୁଣି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୬୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ଲୋକାଲ କେସ ବୋଲି ଜଣାପଡିଛି।
ଏହା ସହିତ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ରେ ପହଞ୍ଚିଛି। ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଜାଗମରା କଳ୍ପନା ଛକ, ପାତ୍ର ପଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂଖ୍ୟା ଚିନ୍ତାଜନକ ହୋଇଛି।
ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ରାଜ୍ୟକୁ ପୁଣି କରୋନା କଟକଣା ଫେରିଛି। ଯାହାକି ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। ହେଲେ ଏହାପୂର୍ବରୁ ସରକାର ଆଗୁଆ ପଦକ୍ଷେପ ନେବାକୁ ସଜାଗ ରହିଛନ୍ତି।