କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର
କଟକ: ଗ୍ୟାଙ୍ଗଷ୍ଟର ସେକ ହାଇଦର ଆଜି କୋର୍ଟରେ ହାଜର ହୋଇଛି। କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ। ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ। ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି।
ଅନ୍ୟପଟେ ହାଇଦର ଲିଙ୍କରେ ଥିବା ୭ଜଣଙ୍କୁ ପଚରାଉଚରା କରାଯାଇଛି। ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡଯନ୍ତ୍ର ଉପରୁ ପରଦା ହଟିବ। ଆଉ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର।
ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ। ଏକ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍। ହାଇଦରକୁ ବାଇକରେ ନେଉଥିବା ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡିଛି।