କ୍ରିଜରେ ୪୦ ମିନିଟ୍ ବିତାଇଲେ, ତଥାପି ଶୂନରେ ଆଉଟ୍ ହେଲେ ଭାରତୀୟ ବ୍ୟାଟସମ୍ୟାନ୍
ଡେବ୍ୟୁ ମ୍ୟାଚରେ ବ୍ୟାଟିଂରେ ନିରାଶ କରିଥିବା ବେଳେ ଫିଲ୍ଡିଂରେ କମାଲ କରିଛନ୍ତି

ନୂଆଦିଲ୍ଲୀ: ଭାରତରେ ଚାଲିଛି ଫଟାଫଟ କ୍ରିକେଟ ଲିଗ୍ ଆଇପିଏଲ ୨୦୨୧। ଟିମ୍ ଇଣ୍ଡିଆ ସମତେ ସାରା ବିଶ୍ବର ଷ୍ଟାର ଖେଳାଳି ଆଇପିଏଲ ଖେଳିବାରେ ବ୍ୟସ୍ତ। ହେଲେ ଇଂଲଣ୍ଡ ମାଟିରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମୁକାବିଲା ଖେଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡ ମାଟିରେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳି ଏହି ବଡ଼ ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଥିସହିତ ବିହାରୀ କାଉଣ୍ଟି ଚାମ୍ପିୟନଶିପରେ ୱାରୱିକଶାୟର୍ ପକ୍ଷରୁ ଡେବ୍ୟୁ କରିଛନ୍ତି।
ନିଜର ଡେବ୍ୟୁ ମ୍ୟାଚରେ ବ୍ୟାଟିଂରେ ନିରାଶ କରିଥିବା ବେଳେ ଫିଲ୍ଡିଂରେ କମାଲ କରିଛନ୍ତି। ଫିଲ୍ଡିଂରେ ସମସ୍ତଙ୍କ ମନ ଜିଣିଥିବା ବେଳେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ହନୁମା ନିଜର କାଉଣ୍ଟି ଡେବ୍ୟୁରେ ଶୂନ୍ ରନ୍ କରିଛନ୍ତି। ହନୁମା ପ୍ରଥମ ଇନିଂସରେ ୪୦ ମିନିଟ୍ ଧରି ବ୍ୟାଟିଂ କରିଥିଲେ। ଏହି ସମୟରେ ହନୁମା ୨୩ ବଲ୍ ଟି ଖେଳି ଶୂନରେ ଆଉଟ୍ ହୋଇଥିଲେ।
𝗩𝗜𝗛𝗔𝗥𝗜!
WHAT A CATCH. 🙌
Match Centre 🖥 https://t.co/0efkMHnNAw
🐻#YouBears | #NOTvWAR pic.twitter.com/N2y9LC101Y
— Warwickshire CCC 🏏 (@WarwickshireCCC) April 15, 2021
ନଟ୍ଟିଂହାମଶାୟର୍ ବିପକ୍ଷ ମ୍ୟାଚରେ ହନୁମା ଫାଷ୍ଟ ଡାଉନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଅପରପକ୍ଷଷ ଇଂଲଣ୍ଡ ଜାତୀୟ ଦଳର ଷ୍ଟାର୍ ପେସର୍ ଷ୍ଟୁଆର୍ଟ ବ୍ରଡ ବୋଲିଂ କରିଥିଲେ। ବ୍ରଡଙ୍କ ବଲରେ ଶଟ୍ ମାରିବାକୁ ଯାଇ ହସିବ୍ ହମିଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ଏହା ପୂର୍ବରୁ ବିହାରୀ ଫିଲ୍ଡିଂରେ କମାଲ୍ କରିଥିଲେ। ତାଙ୍କର ଏକ ଦମଦାର କ୍ୟାଚର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ମ୍ୟାଚର ପ୍ରଥମ ଦିନରେ ବିହାରୀ ପ୍ରତିପକ୍ଷ ଦଳର କ୍ୟାପଟେନ୍ ଷ୍ଟିଭେନ୍ ମୁଲାନେଙ୍କ ଦ୍ୱାରା ମରାଯାଇଥିବା ଶଟକୁ ଡାଇଭ୍ ମାରି କ୍ୟାଚ୍ କରିଥିଲେ। ଏହି କ୍ୟାଚ୍ ଧରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।