ବାତିଲ ହୋଇପାରେ ମାଟ୍ରିକ୍ ପରୀକ୍ଷା!
ଭୁବନେଶ୍ବର: ବାତିଲ ହୋଇପାରେ ମାଟ୍ରିକ୍ ପରୀକ୍ଷା।ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ। ଆଜି ଦିନ ୧୧ଟାରେ ମାଟ୍ରିକ୍ ପରୀକ୍ଷାକୁ ନେଇ ଘୋଷଣା କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସିବିଏସସି/ଆଇସିଏସସି ମାଟ୍ରିକ୍ ପରୀକ୍ଷା ବାତିଲ ପରେ ରାଜ୍ୟ ବୋର୍ଡ ମାଟ୍ରିକ ପରୀକ୍ଷା ସମ୍ପର୍କରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ତେବେ ମାଟ୍ରିକ ପରୀକ୍ଷା ନେଇ ସେ କ’ଣ କହୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଗତକାଲି ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ବାତିଲ ନେଇ ଦାବି କରିଥିଲେ। ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଥିଲେ।
ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଥିଲେ। କରୋନା ସମୟରେ ପରୀକ୍ଷା ହେବ କି ନାହିଁ। ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ।