Odisha Link
Bridging the Missing Links in Odisha

ବାପାଙ୍କ ମୃତ୍ୟୁ ପରେ ୧୧ ଦିନ ଯାଏଁ ମାଗଣା ଔଷଧ ବାଣ୍ଟିଲେ ପୁଅ

ବାପାଙ୍କ ମୃତ୍ୟୁ ପରେ ଶୁଦ୍ଧିକାର୍ଯ୍ୟରେ ଅଯଥା ଅର୍ଥ ଅପଚୟ ନକରି ୧୦ ଦିନଯାଏଁ ମାଗଣା ଔଷଧ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି ସମ୍ବଲପୁରର ଅକ୍ଷୟ ନାୟକ।

ସମ୍ବଲପୁର: ରାଜ୍ୟରେ କୋଭିଡ୍‌ର କଳାବାଦଲ କାୟା ମେଲାଇ ଚାଲିଥିବା ବେଳେ ସମ୍ବଲପୁରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ। ମୃତକଙ୍କ ପାଇଁ କିଏ ବ୍ରାହ୍ମଣ ଭୋଜନ ଦି୍ଅନ୍ତି ତ କିଏ ଗଙ୍ଗା ଯାଇ ବୁଡ଼ ପକାନ୍ତି। କିଏ ବନ୍ଧୁବାନ୍ଧବଙ୍କୁ ନୂଆ ଲୁଗା ବାଣ୍ଟନ୍ତି ତ କିଏ ମୃତକଙ୍କ ସ୍ମୃତିରେ ମୂର୍ତ୍ତି ନିର୍ମାଣ କରନ୍ତି। ତେବେ ବାପାଙ୍କ ମୃତ୍ୟୁ ପରେ ଶୁଦ୍ଧିକାର୍ଯ୍ୟରେ ଅଯଥା ଅର୍ଥ ଅପଚୟ ନକରି ୧୦ ଦିନଯାଏଁ ମାଗଣା ଔଷଧ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି ସମ୍ବଲପୁରର ଅକ୍ଷୟ ନାୟକ।

ସମ୍ବଲପୁରର ପରମାଣପୁରରେ ଗଣେଶ ନାୟକଙ୍କ ପରିବାର ରୀତିକା ମେଡିକାଲ ଷ୍ଟୋର୍‌ ନାମରେ ଏକ ଔଷଧ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାନ୍ତି। ୪ ଦିନ ତଳେ (ମେ ୧୨) ଗଣେଶ ନାୟକଙ୍କର ହଠାତ ମୃତ୍ୟୁ ହୋଇଥିଲା। ଏହା ପରେ ବାପାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଏକ ହାର୍ଦ୍ଦିକ ନିଷ୍ପତ୍ତି ନେଇଛନ୍ତି ପୁତ୍ର ଅକ୍ଷୟ କୁମାର ନାୟକ।

ନିଜ ଔଷଧ ଦୋକାନ ଆଗରେ ସେ ଏକ ପୋଷ୍ଟର ଲଗାଇ ବାପାଙ୍କ ମୃତ୍ୟୁର ତ୍ରୟଦଶ ଦିନ ଯାଏଁ ମାଗଣା ଔଷଧ ଦେବାକୁ ଘୋଷଣା କରିଛନ୍ତି। ମେ ୧୪ ତାରିଖରୁ ୨୪ ତାରିଖ ଯାଏଁ ୧୧ ଦିନ ଯେ କେହି ତାଙ୍କ ଔଷଧ ଦୋକାନରୁ ମାଗଣା ଔଷଧ କିଣିପାରିବେ ବୋଲି ସେ ପୋଷ୍ଟରରେ ଲେଖିଛନ୍ତି। ବାପାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏହି ସେବା କରିବାର ସୁଯୋଗ ଦିଅନ୍ତୁ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ଅକ୍ଷୟ।

କୋଭିଡ୍‌ ସମୟରେ ଔଷଧ ଏବେ ସବୁଠୁ ଜରୁରୀ ପାଲଟିଥିବା ବେଳେ ଅକ୍ଷୟଙ୍କ ଏ ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.