Odisha Link
Bridging the Missing Links in Odisha

ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୩୦ କିମ୍ବା ୩୧ରେ ମୌସୁମୀ କେରଳ ଛୁଇଁବ। ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। ଗତ ୨୧ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପରେ ପହଞ୍ଚି ସାରିଛି।

ବର୍ତ୍ତମାନ ମୌସୁମୀ ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଏବେ ଏହା କନ୍ୟାକୁମାରୀ ନିକଟସ୍ଥ ଉତ୍ତର କୁମାରୀନ ସାଗରେ ନିକଟରେ ପହଞ୍ଚିଛି। ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଏହା ଓଡ଼ିଶା ଛୁଇଁପାରେ। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.