Odisha Link
Bridging the Missing Links in Odisha

ପୂର୍ବତନ ମନ୍ତ୍ରୀଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ-ଗର୍ଭପାତ…

ଚେନ୍ନାଇ: ପୂର୍ବତନ ମନ୍ତ୍ରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଷ୍ଟାର ଅଭିନେତ୍ରୀ। ତାମିଲନାଡ଼ୁର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ପୂର୍ବତନ ମନ୍ତ୍ରୀ ତଥା ଏଆଇଡିଏମ୍‌କେ ନେତା ଡକ୍ଟର ମଣିକନ୍ଦନଙ୍କ ନାଁରେ ଆଣିଛନ୍ତି ଅଭିଯୋଗ। ଯୌନ ଶୋଷଣ, ବ୍ଲାକ୍‌ମେଲିଂ ଓ ପ୍ରତାରଣା ଭଳି ଅଭିଯେୋଗ ପୂର୍ବତନ ମନ୍ତ୍ରୀଙ୍କ ନାମରେେ ଆଣିଛନ୍ତି। ଏବେ ଚେନ୍ନାଇ ପୁଲିସ ଏଆଇଡିଏମ୍‌କେ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ସୂୂଚନା ରହିଛି ।

ଅଭିନେତ୍ରୀଙ୍କ ଅଭିଯୋଗ ମୁତାବିକ, ୩୬ ବର୍ଷିୟ ତାମିଲ ଅଭିନେତ୍ରୀଙ୍କ ସହ ମଣିକନ୍ଦନଙ୍କ ସମ୍ପର୍କ ଗତ ୨୦୧୭ରୁ ରହିଆସିଛି। ସେହି ସମୟରେ ମଣିକନ୍ଦନ ଅଭିନେତ୍ରୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବିବାହ ପାଇଁ ଯେତେବେଳେ ଅଭିନେତ୍ରୀ ଜଣକ ଚାପ ପକାଇଲେ ସତେବେଳେ ମଣିକନ୍ଦନ ତାଙ୍କୁ ବିବାହ କରିବାକୁ ସଫା ମନା କରିଦେଇଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବିକ, ପୂର୍ବତନ ମନ୍ତ୍ରୀ ଜଣକ ଜୋର ଜବରଦସ୍ତ ଗର୍ଭପାତ କରାଇଥିବା ମଧ୍ୟ ଅଭିନେତ୍ରୀ ଜଣକ କହିଛନ୍ତି । କେବଳ ସେତିକି ନୁହେଁ ଯଦି ତାଙ୍କ(ଏଆଇଡିଏମ୍‌କେ ନେତା) ନାଁରେ ସେ ଅଭିଯୋଗ କରିବେ ତେବେ ତାଙ୍କର(ଅଭିନେତ୍ରୀ) କିଛି ଅନ୍ତରଙ୍ଗ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିବା ସହ ଜୀବନରେ ମାରିଦେବାକୁ ଏହି ନେତା ଜଣକ ଧମକ ଦେଇଥିବା ଅଭିନେତ୍ରୀ କହିଛନ୍ତି।

ଅନ୍ୟପଟେ ଏହି ମାମଲା ଦିନକୁ ଦିନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୂର୍ବତନ ମନ୍ତ୍ରୀ ଏ ବିଷୟରେ କିଛିବି ପ୍ରତିକ୍ରିୟା ଦେଇନାହିଁ। ଅନ୍ୟପଟେ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.