Odisha Link
Bridging the Missing Links in Odisha

୫ ହଜାର ୨-ଡିଜି ଔଷଧ ପାଇଁ ଅର୍ଡର ଦେଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନାର ଦ୍ବିତୀୟ ଲହର। ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ଆଉ ଏକ କରୋନା ଔଷଧ ପାଇଁ ଅର୍ଡର ଦେଇଛନ୍ତି। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ ଡ୍ରଗ ୨-ଡିଜି ପାଇଁ ଅର୍ଡର ଦେଇଛନ୍ତି। ୫ ହଜାର ସାଚେଟ ୨-ଡିଜି ଆଣିବାକୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

କରୋନା ଔଷଧ ୨ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସାଚେଟର ଦାମ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ରେଡି ଲାବରେ ପ୍ରସ୍ତୁତ ଡିଆରଡିଓର ଏହି ଔଷଧ କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିହାତି ମୂଲ୍ୟରେ ମିଳିବ। ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ଏହା ରିହାତି ମୂଲ୍ୟରେ ମିଳିପାରିବ ବୋଲି ଜଣାଯାଇଛି।

‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି। କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ। ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି। ଏହି ଔଷଧ ବିଶେଷ କରି ହସପିଟାଲରେ ରୋଗୀଙ୍କ ରହଣୀ ସମୟକ ଓ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଥାଏ।

ଏହି ମେଡିସିନ୍ ପାଉଡର ଆକାରରେ ମିଳେ, ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ। ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି।

Leave A Reply

Your email address will not be published.