Odisha Link
Bridging the Missing Links in Odisha

ମିଶନ୍ ଶକ୍ତିର କମିଶନର୍ ଓ ସଚିବ ହେଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ଆଜିଠାରୁ ଓଡିଶାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ। ମିଶନ ଶକ୍ତି ବିଭାଗ ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି। ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଲୋକସେବା ଭବନରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ। ମିଶନ ଶକ୍ତି ଓଡ଼ିଶା ଜୀବିକା ମିଶନ ନୂଆ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଅଫିସ ମଧ୍ୟ ବିଭାଗ ଅଧୀନକୁ ଆସିବ। ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, ଭିତ୍ତିଭୂମି ନୂଆ ବିଭାଗରେ ରହିବ।

ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ସୁଜାତା ଆର କାର୍ତ୍ତିକେୟନଙ୍କୁ ନିଯୁକ୍ତ କରାଯାଇଛି। ଟୁକୁନି ସାହୁ ନୂଆ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ। ଆସନ୍ତା ଆର୍ଥିକ ବର୍ଷରୁ ନୂଆ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ହେବ।

Leave A Reply

Your email address will not be published.