Odisha Link
Bridging the Missing Links in Odisha

କରୋନା କାଳରେ ସାମୁହିକ ଇସ୍ତଫା ଦେଲେ ୩ ହଜାର ଡାକ୍ତର

ଭୋପାଳ: କରୋନା କାଳରେ ଇସ୍ତଫା ଦେଲେ ଡାକ୍ତର। ସାମୁହିକ ଇସ୍ତଫା ହେଲେ ୩ ହଜାର ଡାକ୍ତର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ବିଭିନ୍ନ ଦାବି ନେଇ ମଧ୍ୟପ୍ରେଦଶର ୬ଟି ମେଡିକାଲ କଲେଜର ଡାକ୍ତର ହରତାଳ କରିଥିଲେ। ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଁଞ୍ଚିବା ପରେ ୨୪ ଘଣ୍ଟା ମଧ୍ୟରେ ହରତାଳ କରୁଥିବା ଜୁନିୟର ଡାକ୍ତରଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶର କିଛି ଘଣ୍ଟା ପରେ ୩ ହଜାର ଡାକ୍ତର ସାମୁହିକ ଭାବରେ ଇସ୍ତଫା ଦେଇଛନ୍ତି। ଏନେଇ ମଧ୍ୟପ୍ରଦେଶ ଜୁନିୟର ଡାକ୍ତର ଆସୋସିଏସନର ଅଧ୍ୟକ୍ଷ ଅରବିନ୍ଦ ମିଣା କହିଛନ୍ତି ଯେ, ଗୁରୁବାର ୩ ହଜାର ଡାକ୍ତର ନିଜ ନିଜ ମେଡିକଲାର କଲେଜର ଡିନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ତୃତୀୟ ବର୍ଷର ଜୁନିୟର ଡାକ୍ତରଙ୍କ ଏନରୋଲମେଣ୍ଟକୁ ରଦ୍ଦ କରି ଦେଇଛନ୍ତି ସରକାର। ସରକାର ଏଭଳି କରିବା ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାରେ ସେମାନେ ବସି ପାରିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ପିଜି କରୁଥିବା ଏହି ଜୁନିୟର ଡାକ୍ତରମାନେ କହିଛନ୍ତି ତିନି ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳେ ଦୁଇ ବର୍ଷ କଲେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତେଣୁ ଏନରୋଲମେଣ୍ଟ ରଦ୍ଦ କରିବା ନିଷ୍ପତ୍ତିକୁ ସେମାନେ ବିରୋଧ କରୁଛନ୍ତି।

ଆଗାମୀ ଦିନରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟ ଯିବେ ବୋଲି ଏହି ଡାକ୍ତର ସଂଘ କହିଛନ୍ତି। ତାଙ୍କ ସମର୍ଥନରେ ମେଡିକାଲ ଆଫାୟାର୍ସ ଆସୋସିଏସନ ଏବଂ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ ରହିଥିବା କହିଛନ୍ତି। ସେହିପରି ଛତିଶଗଡ଼, ୟୁପି, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ସହିତ ଏମ୍ସ ଏବଂ ଘରୋଇ ଡାକ୍ତରଖାନାର ଜୁନିୟର ଡାକ୍ତରମାନେ ମଧ୍ୟ ତାଙ୍କର ଦାବିକୁ ସମର୍ଥନ କରୁଥିବା ମିଣା କହିଛନ୍ତି।

Leave A Reply

Your email address will not be published.