Odisha Link
Bridging the Missing Links in Odisha

୧୦ଟି ଶିଶୁକୁ ଏକା ସାଙ୍ଗରେ ଜନ୍ମ ଦେଇ ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ: ଆପଣମାନେ ଜଣେ ମହିଳା ଯାଆଁଳା ଶିଶୁ କିମ୍ବା ଏକା ସାଙ୍ଗରେ ୩ ଟି ଶିଶୁ ଜନ୍ମ କରିଥିବା କଥା ଶୁଣିଥିବେ ଓ ଦେଖିଥିବେ। ହେଲେ ଆପଣ କେବେ ଜଣେ ମହିଳା ୧୦ଟି ଶିଶୁକୁ ଏକା ସାଙ୍ଗରେ ଜନ୍ମ ଦେବା କଥା ଶୁଣିଛନ୍ତି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଦକ୍ଷୀଣ ଆଫ୍ରିକାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଖବର। ଜଣେ ମହିଳା ଏକାସାଙ୍ଗରେ ପିଲା ଜନ୍ମ କରିବାରେ ବିଶ୍ୱରେ ଥିବା ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ସୂଚନା ମୁତାବକ ଦକ୍ଷୀଣ ଆଫ୍ରିକାର ଗୋଷିୟାମୀ ଥମରା ସିଥୋଲେ ନାମକ ଏହି ମହିଳା ଜଣଙ୍କ ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମ ଦେଇଛନ୍ତି।

ସୂଚନା ମୁତାବକ ୩୭ ବର୍ଷିୟ ଏହି ମହିଳା ଏକା ସାଙ୍ଗରେ ୭ ଟି ପୁଅ ଓ ୩ ଟି ଝିଅ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ କି ମହିଳା ଜଣଙ୍କ ଗର୍ଭରେ ୬ ଟି ଶିଶୁ ଅଛନ୍ତି। ହେଲେ ଜୁନ ୭ ତାରିଖରେ ମହିଳାଙ୍କୁୂ ଅପରେଶନ କରାଯାଇ ତାଙ୍କ ପେଟରୁ ୧୦ ଟି ଶିଶୁ ବାହାର କରାଯାଇଛି।

ଗୋଷିୟାମୀ କହିଛନ୍ତି, ତାଙ୍କ ସ୍ୱାମୀ ଅନୁମାନ କରୁଥିଲେ କି ସେ ୮ ଟି ପିଲା ଜନ୍ମ ଦେବେ। ଅନ୍ୟପଟେ ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମ ହୋଇଥିଲେ। ସମସ୍ତ ଶିଶୁ ସୁସ୍ଥ ଥିବା ଦେଖି ଗୋଷିୟାମୀଙ୍କ ପରିବାର ଲୋକେ ଖୁସି ଅଛନ୍ତି। ହେଲେ ଡାକ୍ତର ପିଲାମାନଙ୍କୁ କିଛି ଦିନ ଇନକ୍ୟୁଭେଟର୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଡାକ୍ତରମାନେ କହିଛନ୍ତି କି ଗୋଷିୟାମୀ ପ୍ରାକୃତିକ ପଦ୍ଧତିରେ ଗର୍ଭବତୀ ହୋଇଥିଲେ।

ଗୋଷିୟାମୀଙ୍କ ପୂର୍ବରୁ ମୋରକ୍କୋ ମାଲୀର ହଲିମା ସିସି ନାମକ ଜଣେ ମହିଳା ଏକାସାଙ୍ଗରେ ୯ ଟି ଶିଶୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଟି ଝିଅ ଓ ୪ ଟି ପୁଅ ଥିଲେ। ହେଲେ ଗୋଟିଏ ମାସ ଭିତରେ ହଲୀମାଙ୍କ ରେକର୍ଡ ଭାଙ୍ଗିଛନ୍ତି ଗୋଷିୟାମୀ।

Leave A Reply

Your email address will not be published.