Odisha Link
Bridging the Missing Links in Odisha

ଏହି ରାଜ୍ୟରେ ପ୍ରକାଶ ପାଇଲା ଦଶମ ଫଳାଫଳ, ସବୁ ଛାତ୍ରଛାତ୍ରୀ ପାସ୍

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛିି ହରିୟାଣା ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍ ପକ୍ଷରୁ ଦଶମ ରେଜଲ୍ଟ । ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ। ଆଜି ବୋର୍ଡ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି।

ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ bseh.org.in ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଅନଲାଇନ୍ ମୋଡରେ ପ୍ରକାଶ ପାଇଛି।

କରୋନାର ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ହୋଇ ନାହିଁ। ଚଳିତବର୍ଷ ୧୩,୩୪୫ ପରୀକ୍ଷାର୍ଥୀ ଦଶମର ରେଗୁଲାର ପରୀକ୍ଷା ଦେଇଥାନ୍ତେ। ସେହିପରି ୧୧୨୭୮ ପ୍ରାର୍ଥୀଙ୍କୁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥାନ୍ତେ, କିନ୍ତୁ ବିନା ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି। ସବୁ ଛାତ୍ରଛାତ୍ରୀ ପାସ୍ ହେବା କାରଣରୁ ୧୦ମ ରେଜଲ୍ଟ ଶତ ପ୍ରତିଶତ ରହିଛି।

Leave A Reply

Your email address will not be published.