Odisha Link
Bridging the Missing Links in Odisha

ପିଶାଚ ବାପ: ପତ୍ନୀ ସମେତ ୪ ଝିଅଙ୍କୁ ହାଣିଲା ବାପା, ଜଣେ ମୃତ

କୁଚିଣ୍ଡା: ପିଶାଚ ବାପ। ପତ୍ନୀ ସମେତ ୪ ଝିଅଙ୍କୁ ହାଣିଲା ବାପା। ବାପାର ଆକ୍ରମଣରେ ୩ବର୍ଷର ଝିଅର ମୃତ୍ୟୁ ଘଟିଛି। ଏମିତି ଏକ କଳଙ୍କିତ ବାପାଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ। ୩ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ଝିଅ ଓ ମାକୁ ହତ୍ୟା ଉଦ୍ୟମ। ସମସ୍ତେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁର ସୁଖୁ ଓରାମ। ଆଜି ଭୋରରୁ ଫାର୍ସାରେ ଆକ୍ରମଣ କରି ନିଜ ଜନ୍ମ କଲା ସାଢେ଼ ତିନି ବର୍ଷର ଝିଅକୁ ହାଣି ହତ୍ୟା କରିଥିଲେ। ପରେ ଅନ୍ୟ ଝିଅ ଯାହାଙ୍କର ବୟସ ଯଥାକ୍ରମେ ୨ବର୍ଷ, ୫ବର୍ଷ ଓ ୧୨ବର୍ଷ ସେମାନଙ୍କୁ ମରଣାନ୍ତକ ଆକ୍ରାମଣ କରିଥିଲେ। ଶେଷରେ ନିଜ ପତ୍ନୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ।

ସୁଖୁଙ୍କ ଆକ୍ରମଣରେ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ଗଡପୋଷ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶେଷରେ ସମସ୍ତଙ୍କୁ ଗୁରୁତର କରିବା ପରେ ନିଜେ ସୁଖୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନିଜର ଗଳା କାଟି ଦେଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।ଏନେଇ ଖବର ପାଇ ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.