Odisha Link
Bridging the Missing Links in Odisha

କରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ୱର: କରୋନାରେ ଅନାଥ ହୋଇ ଯାଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ। ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ। ଏଥିସହ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ।

ବର୍ତ୍ତମାନ ସୁଦ୍ଧା କୋଭିଡ ଯୋଗୁଁ ବାପା, ମାଙ୍କୁ ହରାଇଥିବା ୧୨ ଜଣ ପିଲାଙ୍କୁ ଭତ୍ତା ଦେବା ପାଇଁ ଚିହ୍ନଟ ହୋଇଛନ୍ତି। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ପିଲା ପାଇବେ ଭତ୍ତା। ସେହିପରି ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଭତ୍ତା ପାଇବେ।

ଅନାଥ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହଯୋଗ କରିବେ। କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବ ପେନସନରେ ସାମିଲ କରାଯିବ।