Odisha Link
Bridging the Missing Links in Odisha

ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସର ଜେରା

କୋଲକାତା: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା। ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ମିଥୁନ। ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ବିଜେପିର ଷ୍ଟାର ପ୍ରଚାରକ ଥିଲେ। ଏହି ସମୟରେ ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ସହ ନିର୍ବାଚନୀ ପରବର୍ତ୍ତୀ ହିଂସାର ଲିଙ୍କ ଥିବା ପୁଲିସ୍‌ ଅଭିଯୋଗ କରିଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆଜି ଏହି ମାମଲାରେ ମିଥୁନଙ୍କୁ ପୁଲିସ୍‌ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରିଛି।

ପୂର୍ବରୁ ମିଥୁନ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ମିଥୁନଙ୍କୁ ଜେରା କରିବାକୁ କହିଥିଲେ। ସେ ପ୍ରଚାର ବେଳେ ଏକଦା କହିଥିଲେ ଯେ “ମାରିବି ଏଠି, ମୃତଦେହ ସିଧା ପଡ଼ିବ ଶ୍ମଶାନରେ।” ଏହାକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.