Odisha Link
Bridging the Missing Links in Odisha

ଜଗନ୍ନାଥ ପ୍ରସାଦ ଗ୍ରାମରେ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ୱାରା ସାନିଟାରୀ ନାପକିନ୍ କିଟ୍ ବଣ୍ଟନ

ଭୁବନେଶ୍ବର: ଓଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜ ସେବୀକା ବର୍ଷା ପ୍ରିୟଦର୍ଶନୀ ଶୁକ୍ରବାର ଦିନ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଚୁନୋକୋଳି ଗ୍ରାମ ପରିଦର୍ଶନ କରିଛନ୍ତି। ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା ଗାଁର ମହିଳାମାନଙ୍କୁ ଭେଟିବା ଏବଂ ସେମାନଙ୍କ ମଧ୍ୟରେ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ କରି ମାସିକ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସେମାନଙ୍କୁ ଅବଗତ କରାଇବା

ସମସ୍ତ କୋଭିଡ୧୯ ପ୍ରୋଟୋକଲକୁ ଅନୁସରଣ କରି ବର୍ଷା ପ୍ରିୟଦର୍ଶନୀଙ୍କ ସମାଜ କଲ୍ୟାଣକାରୀ ସଂସ୍ଥା ଦ୍ୱାରା ଏହି ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଏହିପରି ସଚେତନତା ଅଭିଯାନ ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ସହ ମହିଳାମାନେ ଗୁରୁତର ରୋଗରୁ ରକ୍ଷା ପାଇବାରେ ସହାୟକ ହେବ।