Odisha Link
Bridging the Missing Links in Odisha

ପୁରୀରେ ବିମାନବନ୍ଦର ପାଇଁ ଚିହ୍ନଟ ହେଲା ଜାଗା

ଭୁବନେଶ୍ୱର: ପୁରୀରେ ବିମାନବନ୍ଦର ପାଇଁ ଚିହ୍ନଟ ହେଲା ଜାଗା। ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର। ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇଛି। ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ ଏକ୍ସପ୍ରେସ ହାଇୱେ ସଂଯୋଗ କରିବ। ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ ସହିତ ରାଜ୍ୟ ସରକାର ଆଲୋଚନା ଜାରି ରଖିଛନ୍ତି।

ତେବେ ପୁରୀରେ ବିମାନବନ୍ଦର ତିଆରି କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ୧ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ବିମାନବନ୍ଦରର ନାମ ଶ୍ରୀ ଜଗନ୍ନାଥ ବିମାନବନ୍ଦର ରଖିବାକୁ ପୂର୍ବରୁ ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଠାରୁ ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆର ୪ ଜଣିଆ ଟିମ୍ ପୁରୀ ଆସିଥିଲେ। ସେମାନଙ୍କ ସହିତ ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିମାନବନ୍ଦର ପାଇଁ ସ୍ଥାନ ବୁଲି ଦେଖିଥିଲେ। ସିପସରୁବାଲିରେ ଜାଗା ଦେଖିବା ପରେ ରାଜ୍ୟ ସରକାରଙ୍କ ସହିତ ଏହି କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି।

Leave A Reply

Your email address will not be published.