Odisha Link
Bridging the Missing Links in Odisha

WTC ଫାଇନାଲ: ଜାମିସନଙ୍କ ଘାତକ ବୋଲିଂ, ଟିମ୍‌ ଇଣ୍ଡିଆ ୨୧୭ ରନରେ ଅଲଆଉଟ୍

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ଅଲଆଉଟ୍। ଟିମ୍‌ ଇଣ୍ଡିଆ ୯୨ ଓଭର ଗୋଟିଏ ବଲରେ ସମସ୍ତ ଓ୍ବିକେଟ ହରାଇ ମୋଟ୍‌ ୨୧୭ ରନ୍‌ କରିବାରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡର କାଏଲ ଜାମିସନ୍‌ ୫ଟି ଓ୍ବିକେଟ ନେଇ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ କରିଛନ୍ତି।

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଶାନଦାର ଆରମ୍ଭ କରିଥିବା ସତ୍ତ୍ବେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଦଳୀୟ ସ୍କୋର ୬୨ ରନ୍‌ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ରୋହିତ ୩୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ଶୁଭମନ ୨୮ ଓ ଚେତେଶ୍ବର ପୂଜାରା ୮ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

୮୮ ରନରେ ୩ଟି ଓ୍ବିକେଟ ହରାଇ ସଙ୍କଟରେ ଥିବା ଟିମ୍‌ ଇଣ୍ଡିଆ ଇନିଂସ୍‌ ସମ୍ଭାଳିଥିଲେ ବିରାଟ ଓ ରାହାଣେ। ବିରାଟ ୪୪ ଓ ରାହାଣେ ୪୯ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ଆଉ କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସଫଳ ହୋଇ ନଥିଲେ। ପନ୍ତ ୪, ଜାଡେଜା ୧୫, ଅଶ୍ବିନ ୨୨, ଈଶାନ୍ତ ୪, ବୁମରା ୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ କାଏଲ ଜାମିସନ୍‌ ଘାତକ ବୋଲିଂ କରି ୫ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ଓ୍ବାଗନରଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି। ସେହିପରି ଟିମ୍‌ ସାଉଦି ଗୋଟିଏ ଓ୍ବିକେଟ ନେଇଛନ୍ତି।

Leave A Reply

Your email address will not be published.