Odisha Link
Bridging the Missing Links in Odisha

ମାନିଲେନି କଟକଣା, ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କଟକଣା କୋହଳ କରିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ କରୋନା ମହାମାରୀ ପାଇଁ ଉତ୍ତରାଖଣ୍ଡ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିଲେ। ହେଲେ କୋଭିଡ କଟକଣାକୁ ଫୁ କରି ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ବାରର ଗଙ୍ଗା କୂଳରେ ଶହ ଶହ ଶ୍ରଦ୍ଧାଳୁ ଏକାଠି ବୁଡ଼ ପକାଇଥିବାର ଦେଖିବାକୁ ମିଳିଛି।

କେବଳ ଉତ୍ତରାଖଣ୍ଡରେ ନୁହେଁ ଉତ୍ତର ପ୍ରଦେଶର ଫାରୁଖବାଦ୍‌ ସହରରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକେ କଟକଣାକୁ ଫୁ କରି ବୁଡ଼ ପକାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ବିନା ମାସ୍କରେ ସାମାଜିକ ଦୂରତାକୁ ଫୁ କରି ବୁଡ଼ ପକାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

ଏହାପୂର୍ବରୁ ଶନିବାର ପ୍ରଶାସନ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଗଙ୍ଗା ସ୍ନାନକୁ ରଦ୍ଦ କରିଥିଲେ। ଏପରିକି ବରିଷ୍ଠ ପୁଲିସ ଅଫଇସର ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଥିଲେ ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ । କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ୍ ।

ହେଲେ ରବିବାର ଦିନ ଶହ ଶହ ଲୋକେ ବୁଡ଼ ପକାଉଥିବାର ଦେଖିବାକୁ ମିଳିଛି। କରୋନା କାଳରେ ଲୋକେ କଟକଣାକୁ ଫୁ କରି ବୁଡ଼ ପକାଇବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଶହ ଶହ ସଂଖ୍ୟାରେ ଲୋକ ବୁଡ଼ ପକାଇବାର ଫଟୋ ଭାଇରାଲ ହେବାପରେ ସମାଲୋଚନାର ଶିକାର ହୋଇଛି ସ୍ଥାନୀୟ ପ୍ରଶାସନ।

Leave A Reply

Your email address will not be published.