Odisha Link
Bridging the Missing Links in Odisha

ବ୍ରହ୍ମପୁରର ସୁବାସଙ୍କୁ ଅକ୍ଷୟଙ୍କ ପ୍ରଶଂସା, ଜାଣନ୍ତୁ କାହଁକି…

ଗତ ମେ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ। ୪ ରୁ ୫ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ଖବର ଆସିନଥିଲା।

ବ୍ରହ୍ମପୁର: ବ୍ରହ୍ମପୁରର ସୁବାସ ଚନ୍ଦ୍ର ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର। କୋଭିଡ ମହାମାରୀ ସମୟରେ ସାହାଯ୍ୟ କରିଥିବାରୁ ସୁବାସଙ୍କୁ ସାବାସି ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର।

ଗତ ମେ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ। ୪ ରୁ ୫ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ଖବର ଆସିନଥିଲା। ଏପରିକି ଅକ୍ଷୟ କୁମାର ବିଭିନ୍ନ ପଦସ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୂଚନା ମିଳି ପାରିନଥିଲା। ଏହାପରେ ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରିଥିଲେ।

ଏହାପରେ ଅରୂପ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣାଙ୍କ ସହିତ ଯୋଗାଯୋଗ କରି ସମସ୍ତ ବିଷୟରେ ଅବଗତ କରାଇଥିଲେ। ଏହାପରେ ଶ୍ରୀ ମହାରଣା ବ୍ରହ୍ମପୁର ମେଡିକାଲ ଯାଇ ଶ୍ରୀମତି ଭୂୟାଁଙ୍କ ଯଥା ସମ୍ଭବ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ପରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଥିଲା। ଏହାପରେ ଅକ୍ଷୟ କୁମାରଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ଅରୁପ ପଟ୍ଟନାୟକ।

ସୁବାସ ମହାରଣାଙ୍କ ସାହଯ୍ୟ ଓ ତ୍ବରିତ ପଦକ୍ଷେପରେ ପ୍ରଭାବିତ ହୋଇ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ କୃତଜ୍ଞତା ପତ୍ର ପଠାଇଛନ୍ତି। ସୂଚନାଥାଉକି, ସୁବାସ ମହାରଣା ସ୍ଥାନୀୟ ଅଞ୍ଚଳରେ ଗଛ ମଣିଷ ଭାବେ ବେଶ୍‌ ଜଣାଶୁଣା। ଆଉ ତାଙ୍କର ‘ଗଛ ଗଛ ଗଛ ଆଉ ସବୁ ପଛ’ ଡାଇଲଗ୍‌ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ମଧ୍ୟ।

Leave A Reply

Your email address will not be published.