Odisha Link
Bridging the Missing Links in Odisha

ଟିଆରପି ସ୍କାମ୍‌ ମାମଲା: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ମୁମ୍ବାଇ: ପୁଣି ବିବାଦ ଘେରରେ ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ୍ ଗୋସ୍ୱାମୀ। ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏବଂ ଅର୍ଣ୍ଣବ୍ ଗୋସ୍ୱାମୀଙ୍କୁ ଆରୋପୀ ସଜାଇଛି।

ଅର୍ଣ୍ଣବ୍ଙ୍କ ବ୍ୟତୀତ ଆଉ ଚାରି ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ୧୮୦୦ ପୃଷ୍ଠାର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବରେ ୫ଜଣଙ୍କ ନାମ ରହିଛି ବୋଲି ଲାଇଭ୍ ଲ’ ପକ୍ଷରୁ ରିପୋର୍ଟ ହୋଇଛି।

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର୍ ୮ ତାରିଖରେ ମୁମ୍ବାଇ ପୁଲିସ୍ କମିସନର ଟିଆରପି ସ୍କାମ୍କୁ ନେଇ ପ୍ରଥମେ ଖୁଲାସା କରିଥିଲେ। ଏହି ପରିପ୍ରେକ୍ଷୀରେ ଅନେକ ବଡ ବଡ ଚ୍ୟାନେଲ୍ ଏହି ସ୍କାମ୍ ରେ ସାମିଲ ହୋଇଥିବା କଥା ଜଣାପଡ଼ିଥିଲା। ବିଶେଷ କରି ରିପବ୍ଲିକ୍ ଟିଭି, ବକ୍ସ ସିନେମା ଏବଂ ଫକ୍ତ ମରାଠୀ। ଏହି ଚ୍ୟାନେଲ୍ ଗୁଡ଼ିକ ଟିଆରପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ବ୍ରଡକାଷ୍ଟ ଅଡ଼ିଆନ୍ସ ରିସର୍ଚ୍ଚ କାଉନ୍ସିଲ୍ର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପାର୍ଥ ଦାସଗୁପ୍ତାଙ୍କୁ ତଥାକଥିତ ରୂପେ ଟଙ୍କା ଦେଇ ଟିଆରପି ବଢ଼ାଉଥିଲେ।

Leave A Reply

Your email address will not be published.