Odisha Link
Bridging the Missing Links in Odisha

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ବସ୍ତି ରହିବ ନାହିଁ। ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନ ବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ।

ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ସମସ୍ତ ବ୍ୟବସ୍ଥା ପହଞ୍ଚାଇବେ ବୋଲି ପ୍ରତାପ ଜେନା କହିଛନ୍ତି। ଏହା ସହ ବିଜୁଳି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ ବୋଲି ପ୍ରତାପ ଜେନା କହିଛନ୍ତି।