Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସରୁ ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଲ୍ଟା ପ୍ଳସ୍ ରୋଗୀ ଦେବଗଡ ଜିଲ୍ଲାରୁ। ରୋଗୀଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶରୁ ୭ଜଣ, ପଞ୍ଜାବରୁ ୨ଜଣ, ମହାରାଷ୍ଟ୍ରରୁ ୨୦, ଗୁଜୁରାଟ୍ ୦୨, କେରଳ, ଆନ୍ଧ୍ରପ୍ରଦେଶ ୦୧, ତାମିଲନାଡ଼ୁ ୦୯, ରାଜସ୍ଥାନ ୦୧, ଜମ୍ମୁ ୦୧ ଓ କର୍ଣ୍ଣାଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.