Odisha Link
Bridging the Missing Links in Odisha

ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୭.୮୯, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଜୁଲାଇ ୫ରେ କରିବେ ଫର୍ମ ଫିଲପ୍‌

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କରୋନା ସଂକଟ ସମୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇପାରି ନଥିବାରୁ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯାଇ ଫଳାଫଳ ପ୍ରକାଶ କରାଯାଇଛି। ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ରହିଛି। ରାଜ୍ୟରେ ୮ ହଜାର ୯୩୪ଟି ସ୍କୁଲରୁ ପରୀକ୍ଷା ଦେଇଥିବା ବେଳେ ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ରେଜଲ୍ଟ ଆସିଛି।ଜଗତ୍‌ସିଂହପୁର ଜିଲ୍ଲାରେ ପାସ୍ ହାର ୯୯.୦୯ ଥିବା ବେଳେ ଯାଜପୁରରେ ୯୯.୦୨ ପ୍ରତିଶତ ପିଲା ପାସ କରିଛନ୍ତି। ଭଦ୍ରକ ଜିଲ୍ଲାରେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ ରେଗୁଲାଲ) ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍ କରିଥିବା ବେଳେ ୭ ହଜାର ୭୦୩ ଜଣ ପିଲା ଫେଲ୍ ହୋଇଛନ୍ତି।

ମାଟ୍ରିକ ପରୀକ୍ଷାରେ ପୁଅଙ୍କୁ ମାତ୍‌ ଦେଇଛନ୍ତି ଝିଅ। ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍ କରିଛନ୍ତି। ଏ-୧ରେ ୨ ହଜାର ୬୫୬, ଏ-୨ରେ ୨୨ ହଜାର ୧୩୧ ଜଣ ପାସ କରିଛନ୍ତି। ସେହିପରି ବି-୧ରେ ୫୨ ହଜାର ୨୯୯, ବି-୨ରେ ୯୪ ହଜାର ୪୭୫, ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ, ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଆସନ୍ତା ଜୁଲାଇ ୫ରେ ଫର୍ମ ଫିଲପ୍ କରାଯିବ।

Leave A Reply

Your email address will not be published.