Odisha Link
Bridging the Missing Links in Odisha

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ଆର୍ଥିକ ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରୋନା ପ୍ୟାକେଜ ଘୋଷଣା। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି ମିଳିବ।

ଏହାସହ ୩ ବର୍ଷ ପାଇଁ କୋଭିଡ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି। ୧.୫ କୋଟିର ଅତିରିକ୍ତ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଋଣ। ଟୁର ଓ ଟ୍ରାଭେଲ ଏଜେଣ୍ଟକୁ ୧୧ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ।

ସେହିପରି ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା ଦିଆଯିବ। ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଶୁଳ୍କ ଦେବାକୁ ପଡିବ ନାହିଁ। ୨୦୨୨ ମାର୍ଚ୍ଚ ୩୧ ଯାଏଁ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି ଦିଆଯିବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।