Odisha Link
Bridging the Missing Links in Odisha

ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି: ବୋର୍ଡ ସଭାପତି

ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି। ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଛାତ୍ରଛାତ୍ରୀଙ୍କ ମାର୍କ କମିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

ବୋର୍ଡ ପକ୍ଷରୁ ରାମାଶିଷ ହାଜରା କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି। କାହାର ମାର୍କ କମିନଥିବା ବେଳେ ମୋଡରେସନ ପଲିସି ଅନୁଯାଇ ମାର୍କ ଦିଆଯାଇଛି। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା, ତାହାର ତର୍ଜମା କରି ମାର୍କ ଦିଆଯାଇଛି।

୨ଟି ପରୀକ୍ଷା ଓ ୪ ବର୍ଷର ଫରାଫରମାନ୍ସ ଦେଖି ନମ୍ବର ଦିଆଯାଇଛି। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଚାହିଁଲେ ପୁଣି ଥରେ ପରୀକ୍ଷା ଦେଇପାରିବେ। ସ୍ଥିତିି ସୁଧୁରିଲେ ପରେ ଅଫଲାଇନରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ। ଯାହା ହୋଇଛି ନିୟମ ଅନୁସାରେ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି।

Leave A Reply

Your email address will not be published.