Odisha Link
Bridging the Missing Links in Odisha

୫% କମ୍ ସଂକ୍ରମଣ ଜିଲ୍ଲାରେ କୋହଳ ହୋଇପାରେ କଟକଣା: ଡିଏମଇଟି

ଭୁବନେଣ୍ବର: ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି। ତେଣୁ କରୋନା ସଂକ୍ରମରକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ ହେବ ଏବଂ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାପାତ୍ର।

ରାଜ୍ୟରେ ସବୁ ଅଞ୍ଚଳରେ ମହାମାରୀ କମିଯିବ ଏଭଳି କିଛି ସମ୍ଭାବନା ନାହିଁ। ତେଣୁ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଗାଇଡ୍‌ ଲାଇନ୍‌ ଅନୁସାରେ କମ୍‌ ରହିବ ସେସବୁ ସ୍ଥାନରେ କଟକଣା କୋହଳ ହୋଇପାରେ। ସ୍ଥିତି ଦେଖି କେଉଁ ଜିଲ୍ଲାରେ ଲକଡାଉନ୍ କୋହଳ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ତେବେ ୫%ରୁ କମ୍ ରହିଥିବା ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରାଯାଇପାରେ।

ସେ ଆହୁରି କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ କେତେ ଲୋକ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ଗୁରୁତ୍ଵର ସହ ବିଚାରକୁ ନିଆଯିବ। ସେହି ଅନୁସାରେ କଟକଣା କୋହଳ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.