Odisha Link
Bridging the Missing Links in Odisha

ଭିସୁଟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝୀ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝୀ। କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏହି ନିଯୁକ୍ତି ଦେଇଛନ୍ତି। ଭିସୁଟ୍ ବୁର୍ଲାର କୁଳପତି ଭାବେ ଶ୍ରୀଯୁକ୍ତ ମାଝି କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ଅଥବା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ କାର୍ଯ୍ୟ କରିବେ।

ପ୍ରଫେସର ମାଝୀ ଏବେ IIITDM କାଞ୍ଚିପୁରମ, ଚେନ୍ନାଇର ନିର୍ଦ୍ଦେଶକ ଅଛନ୍ତି। ଏହି ପଦରେ ସେ ୨୦୧୭ ଜୁଲାଇରୁ ଅଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ୨୬ ବର୍ଷର ଅଭିଜ୍ଞତା ରହିଛି। ୧୮ ଜଣ ପିଏଚଡି ସ୍କଲାର ଏବଂ ୭୦ ଜଣ ଏମ.ଟେକ୍ ଛାତ୍ରଛାତ୍ରୀଙ୍କୁ ସେ ଗାଇଡ୍ କରିଛନ୍ତି। ୨୦୧୬ ମସିହାରେ ସେ ରାଜ୍ୟ ସରକାରଙ୍କ ଠାରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପାଇଥିଲେ।

Leave A Reply

Your email address will not be published.