Odisha Link
Bridging the Missing Links in Odisha

ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ। ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି। ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅଗ୍ନି ପ୍ରାଇମ-୧ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ହୋଇଛି।

ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି। ଏଥିସହ ଏହି ଅଗ୍ନି ପ୍ରାଇମ-୧ ମିସାଇଲ ହଜାରେ କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହି ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହେତୁ ଭାରତ ପ୍ରତିରକ୍ଷା ଶକ୍ତିରେ ବୃଦ୍ଧି ହୋଇଛି।

ବିଶ୍ୱର ଅନେକ ଦେଶ ଏହି ମିସାଇଲ କିଣିବାକୁ ଚାହୁଁଛନ୍ତି। ଅନ୍ୟପଟେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.