Odisha Link
Bridging the Missing Links in Odisha

ଅସମ୍ଭାଳ ଭିଡ଼, ସିଲ୍‌ ହେଲା ୨୦ ଦୋକାନ

ଭୁବନେଶ୍ବର: ରାଜଧାନୀ ଏବେ ବି ରେଡ୍‌ ଜୋନରେ ଅଛି। ଅନ୍ୟପଟେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶେଷ ହେବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାକୁ ନଜରରେ ରଖି ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ବିଏମସିର ୩ଟି ଯାକ ଜୋନରେ ପୁଲିସ ସହାୟତାରେ ରେଡ୍ ଚାଲିଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କଟକ ପୁରୀ ରୋଡ଼ରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଜରିମାନା ଆଦାୟ କରାଯାଇଛି । ସେହିଭଳି ଅଶୋକ ନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୁଲିସ୍।

ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ୱରରେ ହ୍ରାସ ପାଉ ନଥିବାରୁ ବିଏମସି ଓ ପୁଲିସ୍‌ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସଂଖ୍ୟାକୁ ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ ୟୁନିଟ-୧ ହାଟକୁ ଜୁଲାଇ ପହିଲା ପର୍ୟ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ୟୁନିଟ-୪ ମାର୍କେଟ ଓ ବାପୁଜୀନଗର ମାର୍କେଟକୁ ଜୁଲାଇ ୧ ଯାଏ ବନ୍ଦ ରଖାଯାଇଛି।

Leave A Reply

Your email address will not be published.