Odisha Link
Bridging the Missing Links in Odisha

ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ବର: ଚଳିତବର୍ଷ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ମାଟ୍ରିକ୍‌ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। କଟକ ଓ ପୁରୀରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

କଟକ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିରରେ ହୋହଲ୍ଲା ଦେକିବାକୁ ମିଳିଛି। ସେହିପରି ପରୀ ମଧୁବନ ସରସତ୍ବୀ ଶିଶୁ ବିଦ୍ୟା ମନ୍ଦିରରେ ବି ହୋହଲ୍ଲା ଦେଖିବାକୁ ମିଳିଛି। ପାଇଥିବା ନମ୍ବରରେ ଅସନ୍ତୁଷ୍ଟ ହୋଇ ସ୍କୁଲ୍‌ ଘେରିଲେ ଛାତ୍ରଛାତ୍ରୀ। ଏହାକୁ ନଜରରେ ରଖି ସମୀକ୍ଷା କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଲେ ପୁରୀ ଜିଲ୍ଲାପାଳ।

Leave A Reply

Your email address will not be published.