Odisha Link
Bridging the Missing Links in Odisha

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି।

ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ ତାଙ୍କୁ ରକ୍ତ ଯୋଗାଇ ଦେଇଛନ୍ତି। ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। କିଛିଦିନ ହେବ ଉକ୍ତ ହସ୍ପିଟାଲ୍‌କୁ ସେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସୁଥିଲେ ବୋଲି ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି। ଶକ୍ତି ମିଶ୍ର ଅସୁସ୍ଥ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।