Odisha Link
Bridging the Missing Links in Odisha

ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ କଟକଣା

ଶ୍ରୀନଗର: ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା। ଜାମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ। ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଏପରିକି ଏହି ଅଂଚଳରେ ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ବୋଲି କୁହାଯାଇଛି। ଏହା ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଯେଉଁମାନଙ୍କ ନିକଟରେ ଡ୍ରୋନ୍ କ୍ୟାମେରା କିମ୍ବା ସେହିପରି କିଛି ସାମଗ୍ରୀ ରହିଛି, ତାକୁ ନିକଟସ୍ଥ ପୋଲିସ ଷ୍ଟସନରେ ଜମା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଭଳି ଆକ୍ରମଣର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି। ଏହା ପୂର୍ବରୁ ସୀମାବର୍ତି ଜିଲ୍ଲା ରାଜୌରୀ ଓ କାଠୁଆ ଅଂଚଳରେ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଥିଲା ଜମ୍ମୁକାଶ୍ମୀର ପ୍ରାଶାସନ।

Leave A Reply

Your email address will not be published.