Odisha Link
Bridging the Missing Links in Odisha

ବନ୍ଦ ଘରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଜଘନ୍ୟ ହତ୍ୟା। ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।

ତେବେ ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି। କିନ୍ତୁ ସମାନ ଘରେ ଗୁରୁତର ଅବସ୍ଥାରେ ଥିବା ପୁରୁଷଙ୍କ ପରିଚୟ ମିଳିପାରିନାହିଁ। କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।