Odisha Link
Bridging the Missing Links in Odisha

ଅପେକ୍ଷାର ଅନ୍ତ, ଜୁଲାଇ ୨୦ରୁ JEE ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଜେଇ ମେନ୍‌ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ସନ୍ଧ୍ୟାରେ JEE ମେନ୍‌ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। JEE ମେନ୍‌ର ତୃତୀୟ ପର୍ଯ୍ୟୟ ପରୀକ୍ଷା ଜୁଲାଇ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ମେ ମାସରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୭ ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସେ କହିଛନ୍ତି।

ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରି ନାହିାଁନ୍ତି ତେବେ ସେମାନଙ୍କୁ ଆବେଦନ ପାଇଁ ସମୟ ଦିଆଯିବ। ପରୀକ୍ଷାର୍ଥୀ ଚାହିଁଲେ ପ୍ରଥମ ପର୍ଯ୍ୟାୟ ପାଇଁ ୬ ଜୁଲାଇରୁ ୮ ଜୁଲାଇ ମଧ୍ୟରେ ଆବେଦନ କରିପାରିବେ ଓ ସେହିପରି ଚତୁର୍ଥ ପର୍ଯ୍ୟାୟ ପାଇଁ ଜୁଲାଇ ୨୭ରୁ ଅଗଷ୍ଟ ୨ ଭିତରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି।

ସୂଚନାଥାଉକି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜନ କରାଯାଉଥିବା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ୨୦୨୧ (ଜେଇଇ ମେନ୍‌ ଏକଜାମ-୨୦୨୧)ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷାକୁ କରୋନା ଭାଇରସ ମହାମାରୀ ଲାଗି ସ୍ଥଗିତ କରି ଦିଆଯାଇଥିଲା।

Leave A Reply

Your email address will not be published.