Odisha Link
Bridging the Missing Links in Odisha

ମାନବିକତା ଦେଖାଇଲେ ରାଜେନ୍ଦ୍ର, ଫେରାଇଲେ ଏଟିଏମରୁ ପାଇଥିବା ଟଙ୍କା

ପୁରୀ: ସମାଜରେ ଆଜି ବି ବଞ୍ଚିରହିଛି ମାନବିକତା। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ରାଜେନ୍ଦ୍ରଙ୍କ ନିର୍ଲୋଭ ସଚ୍ଚୋଟ ମନୋଭାବକୁ ସବୁଆଡେ ପ୍ରଶଂସା କରାଯାଉଛି।

ସୂଚନା ମୁତାବକ, ଗତକାଲି ରାଜେନ୍ଦ୍ର ଟଙ୍କା ଉଠାଇବା ପାଇଁ ଅଠରନଳା ନିକଟସ୍ଥ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ କାଉଣ୍ଟର ଯାଇଥିଲେ। ଟଙ୍କା ଉଠାଇବା ପୂର୍ବରୁ ଦେଖିଲେ କାଉଣ୍ଟରରେ ଦଶ ହଜାର ଟଙ୍କା ଥୁଆଯାଇଛି। ବୋଧହୁଏ କେହି ଉଠାଇ ନ ନେଇ ଚାଲି ଯାଇଛନ୍ତି। ହେଲେ ରାଜେନ୍ଦ୍ର ସେହି ଟଙ୍କା ପ୍ରତି ଲୋଭ ନକରି ଏହାକୁ ଫେରାଇ ଦେଇଛନ୍ତି।

ଏହି ଟଙ୍କା କାହାକୁ ଦେବେ, କେଉଁଠିକୁ ଯିବେ ଜାଣି ପାରିଲେ ନାହିଁ। ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ସେ ସେହି ୧୦ ହଜାର ଟଙ୍କା ଧରି ନିଜ ମୁହଁରୁ ମାସ୍କ ଖୋଲିଲେ। ଏଟିଏମ୍‌ରେ ଲାଗି ଥିବା ସିସିଟିଭି କ୍ୟାମେରାରେ ନିଜ ମୁହଁ ଦେଖାଇ ଏଠାରୁ ୧୦ ହଜାର ଟଙ୍କା ପାଇଥିବା ଦର୍ଶାଇଥିଲେ। ପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା।

ସେ ମୁଖ୍ୟ ଶାଖାକୁ ଯାଇଥିଲେ। ବ୍ୟାଙ୍କ ପକ୍ଷରୁ ସେହି ସମୟର ସିସିଟି ଫୁଟେଜ ଯାଞ୍ଚ କରାଯାଇ କିଏ ଟଙ୍କା ଉଠାଇବାକୁ ଆସିଥିଲା ଦେଖା ଯାଇଥିଲା। ପରେ ତାଙ୍କର ଠିକଣା ଓ ଫୋନ ନମ୍ବର ବ୍ୟାଙ୍କ ପକ୍ଷରୁ ସଂଗ୍ରହ କରାଯାଇ ତାଙ୍କୁ ଡକଯାଇଥିଲା ଏବଂ ଟଙ୍କା ଫେରସ୍ତ ଦିଆଯାଇଥିଲା।

Leave A Reply

Your email address will not be published.