Odisha Link
Bridging the Missing Links in Odisha

ଟିକା କେନ୍ଦ୍ରରେ ଦଳାଚକଟା: ଭାଙ୍ଗିଲା ମହିଳାଙ୍କ ପଞ୍ଜରା ହାଡ଼

ଗଞ୍ଜାମ: ଟିକା କେନ୍ଦ୍ରରେ ଦଳାଚକଟା। କ୍ଷମତା ଠାରୁ ଅଧିକ ଲୋକ ଟିକା କେନ୍ଦ୍ରକୁ ଆସୁଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ପୋଲସରା କଲ୍ୟାଣ ମଣ୍ଡପରେ ୮୦୦ ଲୋକଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ହୋଇଥିବାବେଳେ ୫ ହଜାର ଲୋକ ପହଞ୍ଚିଥିଲେ। ଫଳରେ ଟିକା କେନ୍ଦ୍ରରେ ଦଳାଚକଟା ହୋଇଥିଲା।

ସୂଚନା ମୁତାବକ, ଗେଟ ଖୋଲିବାରୁ ଧାଡିରେ ଛିଡା ହେବାକୁ ଲୋକଙ୍କ ଭିତରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା। ଲୋକେ ଦୌଡାଦୋଡି ହୋଇ ଟିକା କେନ୍ଦ୍ର ଭିତରକୁ ପଶିବାବେଳେ ଲକ୍ଷଣ ପଲ୍ଲିର ଜଣେ ବୟସ୍କ ମହିଳା ତଳେ ପଡି ଯାଇଥିଲେ। ଧାଡିରେ ରହିବା ପାଇଁ ଲୋକମାନେ ମହିଳାଙ୍କ ଉପରେ ଚଢି ଭିତରକୁ ଦୌଡିଥିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି। ତାଙ୍କ ପଞ୍ଜରା ହାଡ ଭାଙ୍ଗି ଯାଇଥିବା କହିଛନ୍ତି। ତାଙ୍କୁ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ପଠାଯାଇଛି।

Leave A Reply

Your email address will not be published.