ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାକୁ କେନ୍ଦ୍ରର ପ୍ରଶଂସା
ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା। ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ରମନ୍ତ୍ରୀ। ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍।
ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି, ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ। ଏହାକୁ କେବଳ ୭୫ ଦିନ ମଧ୍ୟ ନିର୍ମାଣ ହୋଇପାରିଛି।