Odisha Link
Bridging the Missing Links in Odisha

୬ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ବର: ୬ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ୍‌ ଏସ ଦେବଦତ୍ତ ସିଂହ ଏବଂ ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ଦାୟିତ୍ବ ମିଳିଛି। ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି।

ସେହିପରି ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ବରଗଡ଼ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ନେଇଛନ୍ତି। ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ମିଳିଛି।

ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ। ସେହିପରି ମାଲକାନଗିରିର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ପିଏସ ମୀନା।

Leave A Reply

Your email address will not be published.