Odisha Link
Bridging the Missing Links in Odisha

ଆସନ୍ତା କାଲିଠୁ ଡିଏଲ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବନ୍ଦ ରହିଥିବା ବେଳେ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ଶନିବାର ଠାରୁ ଗାଇଡ୍ ଲାଇନ୍ ମୁତାବକ ଡିଏଲ୍ ଟେଷ୍ଟ କରାଯିବ ।

କ୍ୟାଟେଗୋରୀ ଏରେ ରହିଥିବା ୨୦ ଜିଲ୍ଲାରେ ଜୁନ୍ ୨୨ରୁ ସ୍କିଲ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ କ୍ୟାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ଜୁଲାଇ ୧୩ରୁ ଟେଷ୍ଟିଂ ଆରମ୍ଭ କରାଯିବ। ପୁରୀରେ ୧୪ ତାରିଖରୁ ଟେଷ୍ଟ ଆରମ୍ଭ କରାଯିବ।

ତେବେ ଡିଏଲ ଟେଷ୍ଟର ସୁଯୋଗ କେବଳ ପୁରୁଣା ଆବେଦନକାରୀଙ୍କୁ ମିଳିବ। ନୂତନ ଆବେଦନକାରୀଙ୍କୁ ଡିଏଲ୍ ଟେଷ୍ଟର ସୁଯୋଗ ମିଳିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ନୂତନ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ନେଇ ପରେ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.