Odisha Link
Bridging the Missing Links in Odisha

କେରଳରେ ‘ଜିକା’ ଭୂତାଣୁ ଚିହ୍ନଟ

କେରଳ: ମହାମାରୀ କରୋନା ପ୍ରକୋପ ଥମି ନଥିବା ବେଳେ କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଲାଣି। ରାଜ୍ୟରେ ୧୪ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଜିକା’ ଭୂତାଣୁ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କେରଳରେ କଟକଣା କୋହଳ ହେବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି ବେଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ କହିଛନ୍ତି କି, ରାଜ୍ୟରେ କୋଭିଡ କଟକଣା କୋହଳ କରାଯିବା ଲୋକମାନେ ବହୁଳ ସଂଖ୍ୟାରେ ବାହାରୁଛନ୍ତି ଯାହା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ,ଅଧିକ ସଂକ୍ରମିତ କ୍ଷେତ୍ରକୁ ଚିହ୍ନଟ କରିବା ଓ ସରକାରଙ୍କ ଦ୍ୱାରା ନମୂନା ପରୀକ୍ଷଣ ବଢାଇବା ପରେ ବି ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ରାଜ୍ୟରେ ଚିକିତ୍ସା କ୍ଷମତା ଠାରୁ ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଅଧିକ ନହୁଏ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯେମିତି ବେଡ, ଅକ୍ସିଜେନ ଓ ଔଷଧ ଅଭାବରୁ ରୋଗୀଙ୍କର ମୃତ୍ୟୁ ନହୁଏ ତାହା ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି। ପୋଲିସ ପକ୍ଷରୁ ଲୋକମାନଙ୍କ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.