ଏଟିଏମରୁ ବାହାରିଲା ସାପ, ଭିଡିଓ ଭାଇରାଲ୍
![](https://www.odishalink.com/wp-content/uploads/2021/07/snake-edit-750x430-1.jpg)
ଓଏଲ୍ ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ଏଭଳି ଦେଖିବାକୁ ମିଳିଛି। ସାପଟି ଏଟିଏମ ଭିତରେ ଘୂରି ବୁଲୁଛି। ଲୋକମାନେ ଟଙ୍କା ଉଠାଇବାକୁ ଆସିବା ବେଳେ କିଛି ଜଣ ଭିଡିଓ କରିଛନ୍ତି।
ଏଟିଏମ୍ ଡୋର୍ ପାଖରେ ଠିଆ ହୋଇ ଭିଡିଓ କରିବା ସହ ଗେଟ୍କୁ ବାହାର ପଟରୁ ବନ୍ଦ କରି ଦେଇଛନ୍ତି। ସେଠାକାର କିଛି ଲୋକ ଏ ବିଷୟରେ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବା ପରେ ସାପଟିକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରି ତାକୁ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।