Odisha Link
Bridging the Missing Links in Odisha

ରାଜଧାନୀରୁ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୦ ସୁସ୍ଥ

ଭୁବନେଶ୍ବର: ଭୁବନେଶ୍ବରରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୪୯ ଜଣ।

ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୩, ୩୯୧। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୯୧,୬୭୯ ଜଣ ସୁସ୍ଥ ହୋଇସାରିଛନ୍ତି। ୫୦୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୮୮ ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୩୦ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.