Odisha Link
Bridging the Missing Links in Odisha

ଚେକିଂ ବେଳେ ହାବିଲଦାରଙ୍କୁ ଧକ୍କା ଦେଲା ଅଟୋ ଚାଳକ

ଭୁବନେଶ୍ୱର: କରୋନା ସଂକ୍ରମଣ କାରଣରୁ କ୍ୟାଟେଗୋରୀ ‘ବି’ ଅନ୍ତର୍ଗତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଜଣେ ହାବିଲଦାରଙ୍କୁ ଧକ୍କା ଦେଇଛି ଅଟୋ। ଏଥିସହ ତାଙ୍କ ମୁଣ୍ଡ ଉପରେ ଅଟୋ ଚଢାଇ ଦେଇଛି ମଦ୍ୟପ ଚାଳକ।। ଫଳରେ ସମ୍ପୃକ୍ତ ହାବିଲଦାର ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି।

ଆଜି ସପ୍ତାହାନ୍ତ ସଟଡାଉନ ପରିପ୍ରେକ୍ଷୀରେ ଭୁବନେଶ୍ୱର କଳ୍ପନା ଛକରେ ଚେକିଂ କରାଯାଉଥିଲା। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା ଭାଙ୍ଗିବାରୁ ତାଙ୍କୁ ହାବିଲଦାର ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିକଳରେ ଯିବାକୁ ଚେଷ୍ଟା କରି ଅଟୋ ଚାଳକ ଦ୍ରୁତ ଗତିରେ ଆସି ସରୋଜ ପ୍ରଧାନ ନାମକ ଜଣେ ହାବିଲଦାରଙ୍କ ଉପରେ ଅଟୋକୁ ଚଢ଼ାଇଦେଇଥିଲେ।ଙ୍କ ଉପରେ ଅଟୋକୁ ଚଢ଼ାଇ ଦେଇଥିଲେ।

ଏଥିରେ ହାବିଲଦାର ଜଣଙ୍କ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପୁଲିସ ସମ୍ପୃକ୍ତ ଅଟୋ ଚାଳକକୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖିଛି।

Leave A Reply

Your email address will not be published.