Odisha Link
Bridging the Missing Links in Odisha

ଡାକ୍ତରଖାନାରେ ଆତ୍ମହତ୍ୟା କଲେ ମହିଳା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ତୃତୀୟ ମହଲାରେ ଘଟିଛି। ଜଣେ ଜଣେ ମହିଳା ରୋଗୀ ମେଡିକାଲ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆତ୍ମହତ୍ୟା କରିଥିବା ମହିଳା ଜଣକ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ରଜନୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ଭୋରରୁ ସେ ଚିକିତ୍ସାଳୟ ତୃତୀୟ ମହଲାର ବାଥରୁମ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ।

ଡେଇଁ ପଡିବା ପରେ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ କାହିଁକି ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। ଏନେଇ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ କରିଛି।

Leave A Reply

Your email address will not be published.