Odisha Link
Bridging the Missing Links in Odisha

ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର: ଖୁବଶୀଘ୍ର ଦେଖିବାକୁ ମିଳିବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ରୂପ। କଳିଙ୍ଗ ଷ୍ଟାଡିୟମରେ ୪୦୦ ମିଟର ଟ୍ରାକ୍‌ ଥିବା ଏକ ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେବାକୁ ଯାଉଛି। କେବଳ ସେତିକି ନୁହେଁ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ୍ କୋର୍ଟ ନିର୍ମାଣ ହେବ। ଯେଉଁଠି ଡେଭିସ କପ ଭଳି ଷ୍ଟାଣ୍ଡର୍ଡର ପ୍ରତିଯୋଗିତା ଖେଳାଯାଇପାରିବ। ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରିକାନ୍ତି ବେହେରା ।

ଉଚ୍ଚ କାର୍ଯ୍ୟଦକ୍ଷତା କେନ୍ଦ୍ର ପାଇଁ ଆଉ ଏକ ବିଶ୍ୱସ୍ତରୀୟ ସ୍ବିମିଙ୍ଗ ପୁଲ୍‌ ନିର୍ମାଣ ହେବ । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ଇଭେଣ୍ଟ ହେଲେ ଆସୁଥିବା ଅତିଥିମାନଙ୍କ ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ ହେବ। ଏହାସହ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଏକ ସ୍ପୋର୍ଟ ହଷ୍ଟେଲ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣ ହେବ । ଏହି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ।

Leave A Reply

Your email address will not be published.