Odisha Link
Bridging the Missing Links in Odisha

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କଲେ ସୁବଳ ମହାରଣା

ଭୁବନେଶ୍ୱର: ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା। ମାତ୍ର ଦେଢ଼ ସେଣ୍ଟିମିଟର ଉଚ୍ଚତାର ରଥ ନିର୍ମାଣ କରି ରେକର୍ଡ କରିଛନ୍ତି ସୁବଳ। ଦେଢ଼ ସେଣ୍ଟିମିଟର ଉଚ୍ଚତା ଥିବା ରଥର ଚଉଡା ୧.୪ ସେଣ୍ଟିମିଟର ରହିଛି।
ନିମ୍ବ, ବେଲ, ତୁଳସୀ, ଗୁଆ କାଠରେ ଏହାର ନିର୍ମାଣ କରାଯାଇଛି।

ଏହି ରଥଟି ନିର୍ମାଣ କରିବାକୁ ତାଙ୍କୁ ୪ ଘଣ୍ଟା ସମୟ ଲାଗିଛି। ପୂର୍ବ ବର୍ଷ ୨.୩ ସେଣ୍ଟିମିଟର ର ରଥ ନିର୍ମାଣ କରି world book of record , India book of record , Asia book of record , world book star award ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ଶିଳ୍ପୀ ସୁବଳ ମହାରଣା।

Leave A Reply

Your email address will not be published.