Odisha Link
Bridging the Missing Links in Odisha

କୋଚଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

ଚେନ୍ନାଇ: କୋଚଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ। ଜଣେ ଆନ୍ତର୍ଜାତୀୟ ସ୍ତରର ଆଥଲେଟଙ୍କ ସମେତ ୭ଜଣ ମହିଳା ଖେଳାଳି ତାମିଲନାଡୁର କୋଚ୍ ପି ନାଗରାଜନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗକାରୀ ୫୯ ବର୍ଷୀୟ ନାଗରାଜନଙ୍କ ଅଧୀନରେ ଜୁନିୟର ଭାବରେ ତାଲିମ ନେଇଥିଲେ। ଖେଳାଳିମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକାର ଶୋଷଣ ଥରେ ନୁହେଁ, ଅନେକ ବର୍ଷ ଧରି ଘଟୁଛି।

ଦୁଇମାସ ପୂର୍ବେ କୋଚ୍ ପି ନାଗରାଜନଙ୍କ ନାମରେ ଜଣେ ୧୯ ବର୍ଷୀୟ ଜାତୀୟ ମହିଳା ରନର୍ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଜଣେ ପ୍ରଶିକ୍ଷକ ଭାବରେ ନାଗରାଜନ୍ ପ୍ରାୟ ତିନି ଦଶନ୍ଧି ଧରି ଅନେକ ଜାତୀୟ ପଦକ ବିଜେତାଙ୍କୁ ତାଲିମ ଦେଉଛନ୍ତି। ପୁଲିସ ଡେପୁଟି କମିଶନର ଏସ୍ ମହେଶ୍ୱରନ୍ କହିଛନ୍ତି ଯେ, ନାଗରାଜନଙ୍କ ବିରୋଧରେ ଆମକୁ ଆହୁରି ସାତୋଟି ଅଭିଯୋଗ ମିଳିଛି।

ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ପାଇଁ ସ୍ୱତନ୍ତ୍ର ୱିଙ୍ଗର ଡିସିପି ଏଚ ଜୟଲକ୍ଷ୍ମୀ କହିଛନ୍ତି ଯେ, ପ୍ରତ୍ୟେକ ଅଭିଯୋଗ ଅଭିଯୁକ୍ତଙ୍କ ହିଂସାତ୍ମକ ପ୍ରକୃତିର ଖୁଲାସା କରୁଛି। ପ୍ରଶିକ୍ଷକଙ୍କ ବିରୋଧରେ ପ୍ରଥମ ଅଭିଯୋଗ କରିଥିବା ୧୯ ବର୍ଷୀୟ ମହିଳା ଆଥଲେଟଙ୍କ ବିଷୟରେ ମହେଶ୍ୱରନ୍ କହିଛନ୍ତି ଯେ, ୨୦୧୩ ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରେନିଂ ସମୟରେ ନାଗରାଜନ୍ ତାଙ୍କୁ ଯୌନ ଶୋଷଣ କରିଥିଲେ।

୧୯ ବର୍ଷୀୟ ମହିଳା ଆଥଲେଟଙ୍କ ଅଭିଯୋଗ ଅନୁଯାୟୀ, କୋଚ ଆଥଲେଟଙ୍କୁ କହିଥିଲେ ଯେ ସେ ଟ୍ରେନିଂ ବନ୍ଦ କରାଇଦେବେ ଏବଂ ତାଙ୍କ କ୍ୟାରିୟରକୁ ଶେଷ କରିଦେବେ। ଯଦି ସେ ତାଙ୍କୁ ବିରୋଧ କରନ୍ତି, ତେବେ ତାଙ୍କୁ ପ୍ରତିଯୋଗିତାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥିସହ ଆଥଲେଟ୍‌ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି କୋଚ୍‌ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.